ଏୟାର୍‌ଟେଲ୍ ପେମେଣ୍ଟ୍ ବ୍ୟାଙ୍କ-ପାର୍କ+ ସହଯୋଗିତା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଫାଷ୍ଟଟ୍ୟାଗ ଆଧାରିତ ସ୍ମାର୍ଟ ପାର୍କିଙ୍ଗ ସମାଧାନ ଯୋଗାଇବା ଲାଗି ଭାରତର ଅଗ୍ରଣୀ ଫାଷ୍ଟଟ୍ୟାଗ ପ୍ରଦାନକାରୀ ଏୟାରଟେଲ ପେମେଣ୍ଟ୍ ବ୍ୟାଙ୍କ ପକ୍ଷରୁ ପାର୍କ+ ସହିତ ଏକ ସହବନ୍ଧିତାର ଘୋଷଣା କରାଯାଇଛି। ପାର୍କ+ ଫାଷ୍ଟଟ୍ୟାଗ୍ ମାଧ୍ୟମରେ ପାର୍କିଙ୍ଗ ସ୍ଥଳକୁ ସ୍ୱୟଂଚାଳିତ କରିବାରେ ବଜାର ଅଗ୍ରଣୀ ଏବଂ ଭାରତରେ ଅଧିକାଂଶ ପାର୍କିଙ୍ଗ ଫାଷ୍ଟଟ୍ୟାଗ୍ ନେଣଦେଣ ବର୍ତ୍ତମାନ ପାର୍କ+ ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟକାରୀ ହେଉଛି।

ସହବନ୍ଧିତା ଏୟାରଟେଲ ପେମେଣ୍ଟ୍ ବ୍ୟାଙ୍କ୍‌ର ଗଭୀର ବିତରଣ ପହଞ୍ଚ ଏବଂ ଡିଜିଟାଲ ପେମେଣ୍ଟ୍ ଷ୍ଟାକର ଉପଯୋଗ କରିବାକୁ ଲକ୍ଷ୍ୟ ରଖିଛି ଯାହାଦ୍ୱାରା ଯାନ ସହିତ ଜଡ଼ିତ ଫାଷ୍ଟଟ୍ୟାଗର ବ୍ୟବହାର କରି ପାର୍କିଙ୍ଗ ଇକୋସିଷ୍ଟମକୁ ଆଧୁନିକୀକରଣ କରାଯାଇପାରିବ।