ଝାରସୁଗଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନସେବା ଆରମ୍ଭ ହେବ। ଅକ୍ଟୋବର ୨୫ରୁ ଝାରସୁଗୁଡ଼ାରୁ ଏହି ବହୁପ୍ରତୀକ୍ଷିତ ବିମାନସେବା ସ୍ପାଇସ ଜେଟ ଆରମ୍ଭ କରିବାର ସମ୍ଭାବନା ରହିଛି। ଏହି ୨ଟି ସହରକୁ ବିମାନ ସେବା ଆରମ୍ଭ କରିବାକୁ ସ୍ପାଇସ ଜେଟ୍ ପକ୍ଷରୁ ଦିଆଯାଇଥିବା ସ୍ଲଟ୍ ଏଲୋକେସନକୁ ଝାରସୁଗୁଡ଼ା ବିମାନବନ୍ଦର କର୍ତୃପକ୍ଷ ସବୁଜ ସଂକେତ ଦେଇ ସାରିଥିବା ବିମାନ ବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି। ଏଦିଗରେ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଅନୁମତି ହାସଲ ପରେ ବିମାନସେବା ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଝାରସୁଗୁଡ଼ାରୁ ବାଙ୍ଗାଲୁରୁ ଓ ମୁମ୍ବାଇକୁ ସିଧାସଳଖ ବିମାନ ଚଳାଚଳ ହେଲେ ଜିଲ୍ଲା ତଥା ଆଖପାଖ ଅନେକ ଯାତ୍ରୀ, ଛାତ୍ରଛାତ୍ରୀ, ରୋଗୀମାନେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।