ରାଜଧାନୀରେ ୩୨୪ ନୂଆ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ୧୭୩ ଓ ସ୍ଥାନୀୟ ସଂକ୍ରମଣ ୧୫୧

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଉ ୩୨୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୩ ଜଣ ଓ ସ୍ଥାନୀୟ ସଂକ୍ରମଣ ୧୫୧ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୨୦କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୮ଜଣ ଟ୍ରାଫିକ ଓ ୬ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ରହିଥିବାବେଳେ ରାଜମହଲ ଛକ ଏମଏଲଏ କ୍ୱାର୍ଟରରୁ ୯, ରେଳ ବିହାର, ପଟିଆ ଓ ସହିଦ ନଗରରୁ ୬ଜଣ ଲେଖାଏଁ ରହିଛନ୍ତି।

ସେହିପରି ୧୦୮ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସେଥିମଧ୍ୟରୁ ବରଗଡ଼ ବ୍ରିଟ କଲୋନୀ ଓ ସାମନ୍ତରାପୁରରୁ ୫ ଲେଖାଏଁ, ଡୁମଡୁମା ପିଏଚ୍-୧ ଓ ସହିଦ ନଗରରୁ ୪ ଲେଖାଏଁ, ଡୁମଡୁମା ପିଏଚ୍-୩, ନୂଆ ଏଜି କଲୋନୀ, ମଞ୍ଚେଶ୍ୱର ଓ ଜୟଦେବ ବିହାରରୁ ୩ଜଣ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୨୦ ହୋଇଥିବାବେଳେ ୪,୦୬୧ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୨,୬୧୮ ଜଣ ଚିକିତ୍ସିତ ହେଉଛନ୍ତି।