କୋରାପୁଟ,ଏନ୍ଏନ୍ଏସ୍: ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାର ବିଭିନ୍ନ ନଦୀ ନାଳରେ ଜଳପତନ ବୃଦ୍ଧି ପାଇଥିବାବେଳେ କେତେକ ସ୍ଥାନରେ ବିପଦ ଜନକ ସ୍ଥିତି ଦେଖାଦେଇଛି। ଓଡିଶା-ଛତିଶଗଡ଼ ସୀମା କୋଟପାଡ ବ୍ଲକ୍ ଚାନ୍ଦିଲି ପଞ୍ଚାୟତର ସୁରଲି ନଦୀ ପୋଲ ଉପରେ ୩ଫୁଟ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଦୁଇ ରାଜ୍ୟ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, କୋଟପାଡ ତହସିଲଦାର ଭକ୍ତବନ୍ଧୁ ଜନାର୍ଦ୍ଧନ ଦଳେଇ, ବିଡିଓ ଅଂଶୁମାନ ମହାପାତ୍ର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିଉପରେ ନଜର ରଖିଛନ୍ତି। ସଡ଼ରଙ୍ଗା ପଞ୍ଚାୟତର ବେଲଗାଁ, ବରଣ୍ଡି, ବଡାଗୁଡା, ସୁରଲି, ମଝିଗୁଡା, ପୁରୁଣା ମଝିଗୁଡା, ଚାନ୍ଦିଲି, ପିରିଞ୍ଜି, ଗୁମୁଡା, ବଣାଇ ଆଦି ଗ୍ରାମଗୁଡିକ ଜଳବନ୍ଦୀ ଥିବା ଜଣାପଡିଛି।