ବାୟୁସେନା ବିମାନ ଦୁର୍ଘଟଣା, ୧୫ ମୃତ

କାବୁଲ, ଏଜେନ୍ସି: ଆଫଗାନିସ୍ତାନରେ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା ଘଟି ୧୫ଜଣଙ୍କ ମୃତ୍ୟୁ ହୋଇଛି। ହେଲିକପ୍ଟରରେ କମାଣ୍ଡୋମାନଙ୍କୁ ଗୋଟିଏ ସ୍ଥାନରେ ଛାଡି , ସେଠାରୁ କିଛି ଆହତ ସୈନମାନଙ୍କୁ ନେଇଯାଉଥିଲେ। ସୈନ୍ୟ ନେଇ ଯାଉଥିବା ବେଳେ ୨ଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କର ମେଡିକାଲରେ ମୃତ୍ୟୁ ହୋଇଯାଇଛି । ସେହିପରି କିଛି ସୈନିକ ଆହତ ହୋଇଥିବା ଜଣାପଡ଼ିଛି।