ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ଜବତ

ପାଟଣାଗଡ଼,ଏନ୍ଏନ୍ଏସ୍: ମଙ୍ଗଳବାର ବିଳମ୍ବିତ ରାତିରେ ପାଟଣାଗଡ଼ ରେଞ୍ଜ ଆମଦର ଗାଁର ନୀଲ ବୁଡେ଼କଙ୍କ ଘର ଉପରେ ବଲାଙ୍ଗିର ଡ଼ିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ବାବାଜୀ ଚରଣ ରାଉଲଙ୍କ ନେତୃତ୍ୱରେ ଚଢ଼ଉ କରି ସାଗୁଆନ ଗଣ୍ଡି ଓ ସାଲ କାଠ ସହ ସାଗୁଆନ କାଠରେ ତିଆରି ସାମଗ୍ରୀ ଜବତ କରାଯାଇଛି। ସେଥି ମଧ୍ୟରୁ ସାଗୁଆନ ଗଣ୍ଡି ୧୨ ଟି, କବାଟ ୮ ଟି ଝରକା, ୨୪ ଟି ଚେୟାର, ପଟ୍ଟା ୫୦ ସିପ୍ଟି ଜବତ କରାଯାଇଛି। ଜବତ  ସମସ୍ତ କାଠ ଓ ପଟା ର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଏସିଏଫ ବାବାଜୀ ଚରଣ ରାଉଳ କହିଛନ୍ତି।