ନୂଆଦିଲ୍ଲୀ, ଏଜେନ୍ସି: ଖଣି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଦଣ୍ଡ ଶୁଣାଣି ଆସନ୍ତା ୨୬କୁ ଘୁଞ୍ଚି ଯାଇଛି। ବ୍ୟକ୍ତିଗତ ଭାବେ ହାଜର ହେବାକୁ ଏଥିରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଅକ୍ଟୋବର ୨୬ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସ୍ପେଶାଲ ସିବିଆଇ କୋର୍ଟ ଏହି ରାୟ ଶୁଣାଇଛନ୍ତି । ସୂଚନା ଯୋଗ୍ୟ,୧୯୯୯ରେ ବାଜପେୟୀ ସରକାରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । କୋଇଲା ବ୍ଲକ୍ ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିଲା । ଯାହାର ତଦନ୍ତ କରୁଛି ସିବିଆଇ । ୧୯୯୯ ମସିହାରେ ଝାଡଖଣ୍ଡ କୋଲ୍ ବ୍ଲକ୍ ଆବଣ୍ଟନରେ ଅନିୟମିତତା ନେଇ ଦିଲୀପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।