ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବ ଶିବସେନା

କୋଲାକାତା: ଶିବସେନା ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲଢ଼ିବ । ଆରଜେଡି ଓ ସମାଜବାଦୀ ପାର୍ଟି ପରେ ଏବେ ଶିବସେନା ତୃଣମୂଳ କଂଗ୍ରେସକୁ ସମର୍ଥନ କରିବ। ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତ ଟ୍ୱିଟ୍ କରି ଏନେଇ ଘୋଷଣା କରିଛନ୍ତି। ପାର୍ଟି ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ରାୱତ କହିଛନ୍ତି।

ସଞ୍ଜୟ ରାୱତ ଆହୁରି କହିଛନ୍ତି ଯେ, ମମତା ଦୀଦୀଙ୍କ ବିରୋଧରେ ଧନ-ବଳ, ମିଡିଆର ଉପଯୋଗ କରାଯାଉଛି। ସେଥିପାଇଁ ଶିବସେନା ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ି ଦୀଦୀଙ୍କୁ ସହଯୋଗ କରିବାର ନିଷ୍ପତ୍ତି ନେଇଛି। ଆମେ ମମତା ଦୀଦୀଙ୍କ ଜବରଦସ୍ତ ସଫଳତା କାମନା କରୁଛୁ।