ସଫଳ ହେଲା ଅଗ୍ନି ୧ ପ୍ରାଇମ ମିଜାଇଲର ବ୍ୟବହାରିକ ପରୀକ୍ଷଣ

ଚାନ୍ଦିପୁର,ଏନ୍ଏନ୍ଏସ୍: ଚାନ୍ଦିପୁରର ୪ ନମ୍ବର ଲଞ୍ଚପ୍ୟାଡରୁ ଅଗ୍ନି ୧ ପ୍ରାଇମ ମିଜାଇଲର ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି। ଆଜି ଦିନ ୧୦ଟା ୫୫ ମିନିଟରେ ଏହାର ପରୀକ୍ଷଣ ହୋଇଛି। ଏହାର ଲକ୍ଷ ଭେଦ କ୍ଷମତା ୧ ହଜାରରୁ ଦେଢ଼ ହଜାର କିଲୋମିଟର ରହିଛି। ଏଥିସହ ହଜାରେ କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାରୁ କ୍ଷମତା ରହିଛି। ଅଗ୍ନି ୪ ଓ ଅଗ୍ନି ୫ ମିଜାଇଲର ଜ୍ଞାନ କୌଶଳ ଆଧାରରେ ଏହି ଅଗ୍ନି ୧ ପ୍ରାଇମ ପ୍ରସ୍ତୁତ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି।

କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ୩ ମାସ ହେବ କୌଣସି ପରୀକ୍ଷଣ ହୋଇନଥିବା ବେଳେ ପୁଣି ଥରେ ଡିଆରଡିଓ ସକ୍ରିୟ ହୋଇଛି।