ମାଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ହୋଇ ତାତିଲେ ଛାତ୍ରଛାତ୍ରି ଓ ଅଭିଭାବକ। ଏନେଇ କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ହେହାଲା ହୋଇଛି। ଶିକ୍ଷକଙ୍କୁ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଘେରିଛନ୍ତି। ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଘେରିଛନ୍ତି।

ସେହିପରି ପୁରୀରେ ମଧ୍ୟ ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ପୁରୀ ମଧୁବନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅସନ୍ତୋଷ ଦେଖାଦେଇଛି। ପାଇଥିବା ନମ୍ବରରେ ଅସନ୍ତୋଷ ପ୍ରକାଶ କରି ସ୍କୁଲକୁ ଘେରିଛନ୍ତି ଛାତ୍ରଛାତ୍ରୀ। ଅସନ୍ତୋଷ ତୀବ୍ର ହେବାପରେ ସମୀକ୍ଷା କରିବା ପାଇଁ ଡିଇଓଙ୍କୁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।