ମୋରଦାବାଦରେ ଓଲଟିଲା ବସ, ଚାଲିଗଲା ୬ ଜଣଙ୍କ ଜୀବନ

ଲଖନଉ,ଏଜେନ୍ସି: ଉତ୍ତରପ୍ରଦେଶର ମୋରଦାବାଦ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବସ ଓଲଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ପଞ୍ଜାବରୁ ପିଲିବିଟ ଯାଉଥିବା ଏକ ଘରୋଇ ବସ ଲଖନଉ ରାଜପଥର ପାକବାରା ଅଞ୍ଚଳରେ ଏକ ପିକଅପ ଭ୍ୟାନ ସହ ଧକ୍କା ହୋଇଥିଲା। ପରେ ବସଟି ରାଜପଥ ଉପରେ ଓଲଟି ପଡିଥିଲା। ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।