ପୁଣିଥରେ ମୁକ୍ତିଲାଭ କରିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ଆସନ୍ତା ଅକ୍ଟୋବର ୧୫ ତାରିଖରୁ ସିନେମା ହଲ୍ ଖୋଲିବ। ତେବେ ସିନେମା ହଲ୍ ଖୋଲିଲା ପରେ ପରଦାକୁ ଆସିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମଜୀବନୀକୁ ନେଇ ଫିଲ୍ମ। ନିର୍ଦ୍ଦେଶକ ଓମୁଙ୍ଗ କୁମାରଙ୍କ ଏହି ସିନେମା ପୁଣି ଥରେ ବଡ ପରଦାରେ ଲୋକେ ଦେଖିବାକୁ ପାଇବେ।

୨୦୧୯ ମସିହାରେ ରିଲିଜ ହୋଇଥିବା ଏହି ସିନେମା ମାତ୍ର କିଛି ଦିନ ପାଇଁ ମୁକ୍ତିଲାଭ କରିଥିଲା । ତେବେ ଏଥିପାଈଁ ଲୋକଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। ମୋଦୀ କିପରି ଗୁଜରାଟରେ ମୁଖ୍ୟମନ୍ତ୍ରୀରୁ ୨୦୧୪ ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ତାହା ଦର୍ଶାଯାଇଛି। ଏହି ସିନେମାରେ ବିବେକ ଓବରୟ ମୋଦୀଙ୍କ ଭୂମିକାରେ ନଜର ଆସିଛନ୍ତି।