ଆଧାରକାର୍ଡ ନଥିବାରୁ ଅଷ୍ଟମରୁ ପାଠ ପଢା ବନ୍ଦ ପ୍ରସଙ୍ଗ, ପୁଣି ପାଠ ପଢିବ ଗଙ୍ଗାଧର

ଭୁବନେଶ୍ୱର,ଏନ୍ଏନ୍ଏସ୍: କଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ଜଗନ୍ନାଥ ସାହି ବସ୍ତି ଗତ ୨ବର୍ଷ ତଳେ ପଣ୍ଡାକୁଦିଆକୁ ସ୍ଥାନାନ୍ତରଣ କରାଯାଇଥିଲା। ଗଙ୍ଗାଧର ସିଂ ଓ ରାଜେଶ ସିଂର ବାପା ଆର୍ଥିକ ଭାବେ ସ୍ୱଚ୍ଛଳ ନଥିବାରୁ ପୂର୍ବ ସ୍କୁଲରୁ ତା ନାମ କାଟି କଳିଙ୍ଗ ବିଦ୍ୟାପୀଠ, ଶାମପୁରକୁ ନାମ ଲେଖେଇବାକୁ ଯାଇଥିଲେ। ଆଧାରକାର୍ଡ ନଥିବାରୁ ପ୍ରଧାନ ଶିକ୍ଷକ ନାମ ଲେଖେଇବାକୁ ମନା କରିଦେଇଥିଲେ। ଏନେଇ ସିଏସଏନଆର (ପ୍ରାକୃତିକ ଏବଂ ସାମାଜିକ ସମ୍ବଳର ସ୍ଥାୟୀ କେନ୍ଦ୍ର) ଅର୍ଗାନାଇଜେସନ, ଓଏସସିପିସିଆର ଦ୍ୱାରା ଶିଶୁ ସମ୍ପର୍କ ଯାତ୍ରାରେ ଅଭିଯୋଗ ପତ୍ର ଦାଖଲ କରିଥିଲେ।

ପ୍ରଧାନ ଶିକ୍ଷକଙ୍କୁ ନୋଟିସ ମିଳିବା ପରେ ସେ ପୁଣି ରାଜେଶ ସିଂର ନାମ ଲେଖେଇ ଗଙ୍ଗାର ଆଧାର କାର୍ଡ ନଥିବାରୁ ନାମ ଲେଖାଇନଥିଲେ। ପରବର୍ତ୍ତୀ ସମୟରେ ସିଏସଏନଆର ଓ ରୁଚିକା ଚାଇଲ୍ଡ ଲାଇନ ସହାୟତାରେ ଗଙ୍ଗାର ନାମଲେଖା ନବମ ଶ୍ରେଣୀ ହୋଇପାରିଛି। ସିଏସଏନଆରର କର୍ମକର୍ତ୍ତାମାନେ ଆଧାରକାର୍ଡ କରି ପ୍ରଧାନ ଶିକ୍ଷକଙ୍କ ନିକଟରେ ଦାଖଲ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନାମଲେଖା ସମୟରେ ସିଏସଏନଆର ସିଓ ଜୁଲି ମହାନନ୍ଦ, ରୁଚିକା ଚାଇଲ୍ଡଲାଇନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।