ପୁଣି କଟକ ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ

କଟକ,ଏନ୍ଏନ୍ଏସ୍: କଟକ ବଡ଼ ଡାକ୍ତରଖାନା ଏସସିବିର ଆଞ୍ଚଳିକ ସିଟି ସ୍କାନ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗତକାଲି କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ ଘଟିଥିଲା।

ନିଆଁଟି ଭୟଙ୍କର ରୂପ ନେବା ପୂର୍ବରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଆଞ୍ଚଳିକ ସିଟି ସ୍କାନ ସେଣ୍ଟରରେ ଥିବା ମେସିନରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ଯୋଗୁଁ ସଙ୍ଗେ ସଙ୍ଗେ ରୋଗୀମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।