ଇସ୍ରୋ ଦ୍ୱାରା ଲଞ୍ଚ ହେଲା ସାଉଣ୍ଡିଂ ରକେଟ୍ ଆରଏଚ୍-୫୬୦

ନୂଆଦିଲ୍ଲୀ,ଏଜେନ୍ସି: ଇସ୍ରୋ ଦ୍ୱାରା ଲଞ୍ଚ ହେଲା ସାଉଣ୍ଡିଂ ରକେଟ୍ ଆରଏଚ୍‌-୫୬୦। ବାୟୁମଣ୍ଡଳରେ ବ୍ୟବହାରିକ ପରିବର୍ତ୍ତନ ଆଣିବା ଆଶାରେ ଏହି ରକେଟକୁ ଇସ୍ରୋ ଦ୍ୱାରା ଲଞ୍ଚ କରାଯାଇଛି। ଶୁକ୍ରବାର ରାତିରେ ଶ୍ରୀହରିକୋଟାରୁ ଏହି ରକେଟକୁ ଉତ‌କ୍ଷେପଣ କରାଯାଇଛି। ଏହି ନୂତନ ଜ୍ଞାନକୌଶଳ ଯୁକ୍ତ ରକେଟ୍ ବାୟୁମଣ୍ଡଳର ପରିବର୍ତ୍ତନର ମୁକାବିଲା କରିବା ଏବଂ ପ୍ଳାଜମା ଗତିଶୀଳତା ଉପରେ ଅଧିକ ଅଧ୍ୟୟନ କରିବାରେ ଏକ ନୂଆ ଦିଶା ଦେବାରେ ସହାୟକ ହେବ ବୋଲି ଇସ୍ରୋ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହି ସାଉଣ୍ଡିଂ ରକେଟ୍ ସାହାଯ୍ୟରେ ବାୟୁମଣ୍ଡଳର ଉପରିସ୍ଥ ଭାଗରେ ହେଉଥିବା ସମସ୍ତ ପରିବର୍ତ୍ତନ ଉପରେ ଗବେଷଣା କରାଯିବା ସହିତ ଅନ୍ୟଗ୍ରହ ମାନଙ୍କର ବାୟୁମଣ୍ଡଳର ସ୍ଥିତି ବିଷୟରେ ମଧ୍ୟ ସମୀକ୍ଷା କରାଯାଇ ପାରିବ। ଶୁକ୍ରବାର ଏହି ରକେଟ୍ ଲଞ୍ଚ କରାଯିବା ସମୟର ଫଟୋ ଟ୍ୱିଟ୍ କରି ଇସ୍ରୋ ଏହାକୁ ଆଉ ଏକ ସଫଳତା ବୋଲି କହିଛି।