ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିର ନୂତନ ଅଧ୍ୟକ୍ଷ ଭାବେ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାର ତୁରନ୍ତ ବାଦ ବାଲିଗୁଡ଼ା ଏନଏସିରେ ହରିଶ୍ଚନ୍ଦ୍ର ଯୋଜନାକୁ କାର୍ଯ୍ୟକାରୀ କରିଥିବା ଜଣାପଡ଼ିଛି । ବାଲିଗୁଡ଼ା ଏନଏସିର ୱାର୍ଡ ନଂ ୭ର ୨ଜଣ ହିତାଧିକାରୀଙ୍କ ଘରକୁ ଯାଇ ଦୁଃଖ ସମୟରେ ସମବେଦନା ଜଣାଇବା ସହ ରାଜ୍ୟ ସରକାରଙ୍କ ହରିଶ ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ବିଶେଷ କରି ପ୍ରଥମ ଦିନରେ ସାହିକୁ ସାହି ବୁଲି ଲୋକଙ୍କ ପାଖରେ ଠିଆ ହେବାକୁ ନେଇ ନିଜକୁ ଭାଗ୍ୟବାନ ମନେ କରିବା ସହ ଏହାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାସଂଦ ଡା.ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ପ୍ରତାପ ଜେନା ଓ ବ୍ଲକ ବିଜେଡି ସଭାପତି ଟୁନା ଦାସଙ୍କୁ ଦେଇଛନ୍ତି । ସେମାନଙ୍କ ଉଦ୍ୟମ ହେତୁ ସେ ଆଜି ଜଣେ ଶିକ୍ଷକରୁ ଜନସାଧାରଣଙ୍କ ସେବା କରିବା ପାଇଁ ସୁଯୋଗ ପାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ସମୟରେ ୱାର୍ଡର କାଉନସିଲର ଓ ଏନଏସିର କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।