ନୂଆଦିଲ୍ଲୀ: ରାଜନୈତିକ ସଙ୍କଟରେ ଫସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ପୁଣିଥରେ ଦାବି କରିଛନ୍ତି । ତାଙ୍କ ବିରୋଧରେ ଚାଲିଥିବା ଚକ୍ରାନ୍ତ ବିଷୟରେ ସେ ଗତ ବର୍ଷ ଅଗଷ୍ଟରେ ଜାଣିବାକୁ ପାଇଥିଲେ । ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଇମ୍ରାନ ଏଭଳି କଥା କହିଛନ୍ତି ।
ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ରବିବାର ଅବିଶ୍ୱାସ ପ୍ରସ୍ତାବ ଆସିବା ପୂର୍ବରୁ ଦେଶର ସୁରକ୍ଷା ଏଜେନ୍ସି ତାଙ୍କ ହତ୍ୟା ଷଡ଼ଯନ୍ତ୍ର ସମ୍ବନ୍ଧରେ ସୂଚନା ଦେଇଥିବା ନେଇ ପାକିସ୍ତାନ ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀ ଦାବି କରିଛନ୍ତି । ଏହି ଖବର ପରେ ଇମ୍ରାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିବା ଜଣାପଡ଼ିଛି ।