ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ପାଟଣାରେ ଗାଡି଼ ଥିବାବେଳେ ଭୁବନେଶ୍ୱରରେ ୭ ହଜାର ଟଙ୍କା ଚାଲାଣ କଟିବା ଖବର ପ୍ରକାଶ ପରେ ଗାଡ଼ି ନମ୍ବରକୁ ଭୁବନେଶ୍ୱର ଆଞ୍ଚଳିକ ପରିବହନ ବିଭାଗ ବଦଳାଇ ଦେଇଛନ୍ତି। ଓଡ଼ି୦୫ ଏକ୍ସ୫୦୮୨ ଗାଡ଼ି ନମ୍ବରର ପରିବର୍ତ୍ତେ ଓଡ଼ି୦୨ଏକ୍ସ୫୦୮୨ ଗାଡ଼ିକୁ ଇ-ଚାଲାଣ ମାଧ୍ୟମରେ ୭ ହଜାର ଟଙ୍କା ଜରିମାନା କଟିଥିଲା। କିନ୍ତୁ ଗାଡ଼ିକୁ ବ୍ୟବହାର କରୁଥିବା ପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରର ଡାକ୍ତର ଲକ୍ଷଣ ମହାନ୍ତ ତାଙ୍କ ଗାଡ଼ି ଭୁବନେଶ୍ୱର ଯାଇନଥିବା ଅଭିଯୋଗ ଇମେଲ ଓ ଟ୍ୱିଟର ମାଧ୍ୟମରେ ପରିବହନ ବିଭାଗ ଭୁବନେଶ୍ୱରକୁ ଜଣାଇଥିଲେ। ଏ ଖବର ପ୍ରକାଶ ପରେ ଉକ୍ତ ଚାଲାଣ ନମ୍ବରରୁ ତରବରିଆ ଭାବରେ ଭୁବନେଶ୍ୱର ପରିବହନ ବିଭାଗ ବଦଳାଇ ଦେଇଛି। ହେଲେ ଚାଲାଣରେ ଡାକ୍ତରଙ୍କ କାକା ଗୋକୁଳ ମହାନ୍ତଙ୍କ ନାମରେ ଥିବା ମୋବାଇଲ ନମ୍ବର ଓ ଚେଚିସ ନମ୍ବରକୁ ପରିବହନ ବିଭାଗ ବଦଳାଇ ନାହିଁ।
