ସମାନ ହେଲା ମହିଳା ଓ ପୁରୁଷ କ୍ରିକେଟରଙ୍କ ପାଉଣା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇଛି । ବିସିସିଆଇ ମହିଳା କ୍ରିକେଟରଙ୍କୁ ଧ୍ୟାନରେ ରଖି ମ୍ୟାଚ ଫି’କୁ ନେଇ ନୂଆ ନୀତି ଲାଗୁ କରିଛି । ଫଳରେ ଏବେ ଉଭୟ ମହିଳା ଓ ପୁରୁଷ ଖେଳାଳିଙ୍କୁ ସମାନ ପାଉଣା ମିଳିବ । ଏନେଇ ବିସିସିଆଇ ସଚିବ ଜୟ ଶାହ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଆମେ ମହିଳା ଓ ପୁରୁଷ ଖେଳାଳିଙ୍କ ମଧ୍ୟରେ ଭେଦଭାବ ଦୂର କରିବା ଦିଗରେ ଆଗକୁ ବଢ଼ୁଛୁ ବୋଲି ଶାହ କହିଛନ୍ତି ।

ସୂଚନାଯୋଗ୍ୟ, ବିସିସିଆଇର ଏହି ନିଷ୍ପତ୍ତି ପରେ ମହିଳାଙ୍କୁ ଟେଷ୍ଟ ମ୍ୟାଚ ପାଇଁ ୧୫ ଲକ୍ଷ, ଦିନିକିଆ ଲାଗି ୬ ଲକ୍ଷ ଓ ଟି-୨୦ ପାଇଁ ୩ଲକ୍ଷ ଟଙ୍କା ମିଳିବ ।