ଭାରତକୁ ୨୭୩ ରନର ଟାର୍ଗେଟ ଦେଲା ଆଫଗାନିସ୍ତାନ, ୪ ୱିକେଟ ନେଲେ ବୁମରାହ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା ଜାରି ରହିଛି । ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୩ ରନର ଲକ୍ଷ୍ୟ ଦେଇଛି । ଆଫଗାନିସ୍ତାନ ଅଧିନାୟକ ସାହିଦି ୮୦ ଏବଂ ଔମରଜଇ ୬୨ ରନର ପାଳି ଖେଳିଥିଲେ । ଅନ୍ୟପଟେ ଭାରତ ତରଫରୁ ଷ୍ଟାର ବୋଲର ଜସପ୍ରୀତ ବୁମରାହ ୪ ୱିକେଟ ନେଇଥିଲେ । ଅନ୍ୟପଟେ ବାର୍ଥ ଡେ’ ବୟ ହାର୍ଦ୍ଦିକ ପାଣ୍ଡ୍ୟାକୁ ୨ଟି ୱିକେଟ ମିଳିଛି ।