ଜିଲ୍ଲା କୁମ୍ଭକାର ସମାଜର କାର୍ଯ୍ୟକାରିଣୀ ବୈଠକ

କନ୍ଧମାଳ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା କୁମ୍ଭକାର ସମାଜ ତରଫରୁ ନିଜସ୍ୱ କାର୍ଯ୍ୟାଳୟ ଆମ୍ବପଡ଼ାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା କୁମ୍ଭକାର ସମାଜର ସଭାପତି ଲଳିତ ମୋହନ ରଣା ସଭାପତିତ୍ୱ କରିଥିଲେ । ଏଥିରେ ଜିଲ୍ଲାର କୁମ୍ଭକାର ଜାତି ଭାଇଙ୍କ ମଧ୍ୟରେ ଜାତିଆଣ ସମସ୍ୟା ସମ୍ୱନ୍ଧରେ ଆଲୋଚନା କରାଯାଇ ସମାଧାନ କରାଯାଇଥିଲା। କୌଳିକ ବୃତ୍ତି ଦିନକୁ ଦିନ ଲୋପ ପାଇବା, ଶିକ୍ଷିତ ଯୁବକ ଯୁବତୀ ବୃଦ୍ଧି ପାଇବା ଓ ଆର୍ଥିକ ସ୍ଥିତି ଦୁର୍ବଳ ତଥା ଟେରାକୋଟା ତାଲିମ ମାଧ୍ୟମରେ ବେକାର ଯୁବକ ଯୁବତୀଙ୍କୁ ତାଲିମ ଦେଇ କର୍ମ ସଂସ୍ଥାନ ଯୋଗାଇ ଦେବା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । କୁମ୍ଭକାର ଜାତି ଅନ୍ୟ ସମ୍ପ୍ରଦାୟର ସମସ୍ତ ପର୍ବପର୍ବାଣୀ ଓ କର୍ମକର୍ମାଣୀରେ ମାଟି ତିଆରି ସରଞ୍ଜାମ ଯୋଗାଇ ଆସୁଛି । ଏହି ଜାତି ଅନାଦି କାଳରୁ ରହି ଅନ୍ୟ ସମସ୍ତ ସମ୍ପ୍ରଦାୟର ସମସ୍ତ ପରମ୍ପରାରେ ଓତଃପ୍ରୋତ ଭାବେ ଜଡ଼ିତ ରହିଛି । ତେଣୁ ଏହି ସମସ୍ତ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବୈଠକରେ ପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କର୍ଣ୍ଣ ରଣା, କପିଳ ରଣା, ସମ୍ପାଦକ ସୁବଳ ରଣା, ସହ ସମ୍ପାଦକ ଶଶୀ ବେହେରା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ସମୀକ୍ଷକ ଅରକ୍ଷିତ ବେହେରା ଓ କୁମ୍ଭକାର ସମାଜର ମାର୍ଗଦର୍ଶକ ଦାମୋଦର ରଣା ସହ ଜିଲ୍ଲାର ସମସ୍ତ ଆଞ୍ଚଳିକ ମଣ୍ଡଳର କର୍ମକର୍ତ୍ତାଙ୍କ ସମେତ ମହିଳା ସଭ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କୁମ୍ଭକାର ସମାଜର ସଭାପତି ଉପସ୍ଥିତ ସମସ୍ତ ଜାତି ଭାଇଭଉଣୀଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।