ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ଘେରିଲେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ଗତ କିଛିଦିନ ତଳେ ହୋଇଥିବା ବନ୍ୟା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନିମ୍ନା ଗାଁର ମତ୍ସ୍ୟଜୀବିଙ୍କ ଡଙ୍ଗା, ଜାଲ ଓ ଅନ୍ୟାନ୍ୟ ସରଞ୍ଜାମ ବଢ଼ି ପାଣିରେ ଭାସି ଯାଇଥିବା ଅଭିଯୋଗ ହୋଇଛି । ଏନେଇ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀମାନେ ସରକାରୀ ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ବି କିଛି ସାହାଯ୍ୟ ମିଳିନାହିଁ । ସେଥିପାଇଁ ଆଜି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ନିମ୍ନା ଗାଁର କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ସରକାରୀ ସହାୟତା ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ପର୍ଯ୍ୟାୟକ୍ରମେ ସହାୟତା ଦିଆଯିବ ବୋଲି ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ କହିଛନ୍ତି ।