ପାତ୍ରପୁର ଅଞ୍ଚଳକୁ ସାନିଟାଇଜ କଲା ପ୍ରଶାସନ

ପାତ୍ରପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ସଚେତନତା ଜାରି ରହିଛି। ପାତ୍ରପୁର ସଦରମହକୁମାରେ ଗତ କିଛିଦିନ ତଳେ ପଜିଟିଭ ବାହାରିଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଶିତଳାପଲ୍ଲୀ କୋଭିଡ ହସ୍ପିଟାଲକୁ ପଠାଯାଇଛି। ଏଥିସହ ପ୍ରଶାସନ ତରଫରୁ ସଂକ୍ରମିତ ଅଞ୍ଚଳକୁ ସିଲ କରାଯାଇ ବିଶୋଧନ କରାଯାଉଛି। ତେବେ ଗତକାଲି ଏସ୍. ନୂଆଗାଁରେ ବିଶୋଧନ ପ୍ରକ୍ରିୟା ଚାଲିଥିବା ବେଳେ ଆଜି ପାତ୍ରପୁର ଗ୍ରାମର କିଛି ସାହିକୁ ସାନିଟାଇଜ କରାଯାଇଛି।