ମାଆଙ୍କ ଶ୍ରାଦ୍ଧରେ ଯୋଗଦେବାକୁ ପାରୋଲରେ ଆସିଲା ଅବଦୁର ରେହମାନ

କଟକ,ଏନ୍ଏନ୍ଏସ୍: ଆତଙ୍କବାଦୀ ଲିଙ୍କ ଥିବା ଅବଦୁର ରେହମାନକୁ ଆଜି ମାଆର ଶ୍ରାଦ୍ଧ କାମ ପାଇଁ ୪ ଘଣ୍ଟା ପାରୋଲରେ ଛଡାଯାଇଛି। ଦିଲ୍ଲୀ କୋର୍ଟ ୪ ଘଣ୍ଟା ପାଇଁ ପାରୋଲ ଅନୁମତି ଦେଇଥିବାରୁ କଡା ସୁରକ୍ଷା ଭିତରେ ରେହମାନକୁ ନିଜ ପୈତୃକ ଘରକୁ ଅଣାଯାଇଛି।

ଅଲକାଏଦା ଲିଙ୍କ ଥିବା ଅବଦୁରକୁ ଦିଲ୍ଲୀ ପୁଲିସ ଓଡ଼ିଶା କମିସନରେଟ‌ ପୁଲିସ ସହାୟତାରେ ୧୬ ଡିସେମ୍ବର, ୨୦୧୫ରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। ଏହା ପରେ ଅବଦୁର ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ବେଆଇନ କାର୍ଯ୍ୟକଳାପ ଆଇନ-୧୯୬୭ର ଧାରା ୧୬, ୧୭, ୧୮, ୧୮-ବି, ୨୦, ୨୧, ୩୮, ୪୦ ଓ ଆଇପିସିର ଦଫା ୧୨୪-ଏରେ ରେହମାନ ବିରୋଧରେ ଅଦାଲତରେ ମାମଲା ଦାଖଲ କରାଯାଇଥିଲା। ଆଜି ଶ୍ରାଦ୍ଧ କାମ କରି ରେହମାନ ପୁଣି ଜେଲକୁ ଫେରିବ।