ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେଙ୍କ ଦୁଇ ଦିନିଆ ନେପାଳ ଗସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ବୁଧବାର ଦୁଇ ଦିନିଆ ନେପାଳ ଗସ୍ତରେ ଯାଇଛନ୍ତି। ଗତ କିଛି ମାସ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଚାଲିଥିବାବେଳେ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ବୋଲି କୁହାଯାଇଛି।

ନେପାଳ ଗସ୍ତରେ ଜେନେରାଲ ନରୱଣେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସମେତ ନେପାଳର ପ୍ରତିପକ୍ଷ ଜେନେରାଲ ପୁରାଣ ଚାନ୍ଦ ଥାପାଙ୍କୁ ଭେଟିବେ। ସେ ନେପାଳ ସେନାର ଆର୍ମି କମାଣ୍ଡ ଏବଂ ଷ୍ଟାଫ୍ କଲେଜରେ ଛାତ୍ର-ଅଧିକାରୀମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ।

ଏନେଇ ନରୱଣେ କହିଛନ୍ତି ଯେ, ମୁଁ ଭାଗ୍ୟବାନ। ମୁଁ ଭାରତ ଏବଂ ନେପାଳ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବାକୁ ଯାଉଛି। ଏଭଳି ନିମନ୍ତ୍ରଣରେ ନେପାଳ ପରିଦର୍ଶନ କରି ମୋର ପ୍ରତିପକ୍ଷ ଜେନେରାଲ ଥାପାଙ୍କୁ ଭେଟି ମୁଁ ଖୁସି ଅଟେ। ମୁଁ ନିଶ୍ଚିତ ଯେ ଏହି ପରିଦର୍ଶନ ଦୁଇ ଦେଶର ସେନାବାହିନୀକୁ ମଜଭୁତ କରିବ।