ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ ବିଭିନ୍ନ ଅଭିଯୋଗର ଶୁଣାଣୀ କରିଛନ୍ତି । ଏହି ଅବସରରେ ସମୁଦାୟ ୧୦୩ଟି ଅଭିଯୋଗର ଶୁଣାଣୀ ହୋଇଥିଲା । ସେଥିମଧ୍ୟରୁ ୭୫ଟି ବ୍ୟକ୍ତିଗତ ଏବଂ ୨୮ଟି ସାମୁହିକ ଅଭିଯୋଗ ରହିଥିଲା । ବିଶେଷ କରି ପାନୀୟ ଜଳ ସମସ୍ୟା, ଭତ୍ତା, ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା କାର୍ଡ ସମ୍ପର୍କୀତ ଅଭିଯୋଗ ମଧ୍ୟ ରହିଥିଲା । ରାଇକିଆ ପଞ୍ଚାୟତର ମାସେଡିକିଆ ଅଞ୍ଚଳର ଚାଷୀଙ୍କ ପାଇଁ ଉଠା ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ଲିଖିତ ଅଭିଯୋଗ ହୋଇଥିଲା । ୨ ଜଣଙ୍କୁ ଶ୍ରବଣ ଯନ୍ତ୍ର ଓ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କ ସମେତ ବାଲିଗୁଡ଼ା ଉପଜିଲ୍ଲାପାଳ ଏମଏସ ମଧୁମିତା, ଅତିରିକ୍ତ ଏସପି ବାସୁଦେବ ସାହୁ, ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ହର ପ୍ରସାଦ ଭୋଇ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।