ବାଲିଗୁଡ଼ା,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଜାଗା ମିଶନ ଯୋଜନାର ପରିଦର୍ଶନ କରାଯାଉଛି । ଏଥିନିମେନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟିମ ବାଲିଗୁଡ଼ା ଏନଏସିର ଜାଗା ମିଶନ ଯୋଜନାରେ କ’ଣ କ’ଣ କରାଯାଇଛି ତା’ର ସର୍ଭେ କରିଛି । ଏହି ଜାଗା ମିଶନରେ ଲୋକମାନେ କିଭଳି ଉପକୃତ ହେଉଛନ୍ତି ତାହା ସର୍ଭେ ହୋଇଛି ଏବଂ ସର୍ଭେ ହୋଇଛି କି ନାହିଁ ତାହା ଡ୍ରୋନ କ୍ୟାମେରା ସାହଯ୍ୟରେ ଅନୁଧ୍ୟାନ କରାଯାଉଛି । ବିଭିନ୍ନ ବସ୍ତିକୁ ଯାଇ ଲୋକଙ୍କଠାରୁ ପଚାରି ବୁଝୁଛନ୍ତି । ଆଜି ବାଲିଗୁଡ଼ା ଏନଏସିର ୨ନଂ ୱାର୍ଡର ଖଜୁରୀନାଳ, ଡହଲେପାଡ଼ି, ୧୨ନଂ ୱାର୍ଡର ଗୁଳିମରାପଦା ଆଦି ସାହିକୁ ବୁଲି ଦେଖିଛନ୍ତି । ହରି ଶଙ୍କର ରାଉତ ରାଜ୍ୟ ଜାଗା ମିଶନର ଉପେଦଷ୍ଟାଙ୍କ ସମେତ ଏକ ଟିମ ଭୁବନେଶ୍ୱରରୁ ଆସିଥିବାବେଳେ ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଏନଏସି ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ, ବିଧାୟକ ପ୍ରତିନିଧି ଅବନୀ ନାୟକ,ଏମଡି ସାବେଜ ଉଦ୍ଦିନ, ସେକ ସୋନୁ, କୁମର ଦଣ୍ଡିଆ ଓ ସୁଜିତ ପାଳ ପ୍ରମୁଖ ଉପସ୍ଥିତ ଥିବାବେଳେ କାଉଁସିଲରମାନେ ଏଥିରେ ସହେଯାଗ କରିଥିଲେ ।