ବିବେକ ଏକ୍ସପ୍ରେସରୁ ବାହାରିଲା ଧୂଆଁ

ବ୍ରହ୍ମପୁର: ବ୍ରହ୍ମପୁର ଷ୍ଟେସନ ନିକଟରେ ବିବେକ ଏକ୍ସପେସରୁ ଧୂଆଁ ବାହାରିଛି । ଦିବ୍ରଗଡ଼ରୁ କନ୍ୟାକୁମାରୀ ଯାଉଥିବା ବିବେକ ଏକ୍ସପ୍ରେସରେ ଚକା ଜାମ୍ ଯୋଗୁ ଧୂଆଁ ବାହାରିଥିଲା । ଫଳରେ ଯାତ୍ରୀମାନେ ଆତଙ୍କୀତ ହୋଇ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ । ପରେ ଆରପିଏଫ୍ ଓ ଇଞ୍ଜିନିୟର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ବାହାରିବା ସ୍ଥାନକୁ ମରାମତି କରିଥିଲେ । ଉକ୍ତ ସ୍ଥାନରେ ଟ୍ରେନଟି ଅଧ ଘଣ୍ଟାଏ ରହିବା ପରେ ଛାଡ଼ିଥିଲା ।