ରିଲାଏନ୍ସ କ୍ୟାପିଟାଲ୍‌କୁ କିଣିବ ଆଦାନୀ ଗ୍ରୁପ୍

ନୂଆଦିଲ୍ଲୀ,ଏଜେନ୍ସି: ଋଣଭାରରେ ବୁଡିଥିବା ଅନୀଲ ଅମ୍ବାନୀଙ୍କ ରିଲାଏନ୍‌ସ କ୍ୟାପିଟାଲ୍‌କୁ ଅଧିଗ୍ରହଣ କରିବାକୁ ଆଦାନୀ ଗ୍ରୁପ୍‌, କେକେଆର୍‌, ପିରାମଲ୍‌, ପୁନାୱାଲା ଫାଇନାନ୍ସ ସମେତ ୧୪ଟି ଗ୍ରୁପ୍ ଆଗ୍ରହ ପ୍ରକଟ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ) ତରଫରୁ ନିଯୁକ୍ତ ପ୍ରଶାସକ ବିଡ୍ ଜମା କରିବା ତାରିଖ ଯାହା ୧୧ ମାର୍ଚ୍ଚ ଥିଲା; ୨୫ ମାର୍ଚ୍ଚକୁ ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ ଯେ ଆର୍‌ବିଆଇ ଗଭର୍ଣ୍ଣାନ୍ସରେ ସମସ୍ୟା ତଥା ପେମେଣ୍ଟ୍ ଡିଫଲ୍‌ଟର ପାଇଁ ରିଲାଏନ୍ସ କ୍ୟାପିଟାଲ୍ ବୋର୍ଡକୁ ୨୯, ନଭେମ୍ବରରେ ଭଙ୍ଗ କରିଦେଇଥିଲା। ସୂତ୍ର ଅନୁସାରେ କମ୍ପାନୀର ଋଣଭାର ୪୦ ହଜାର କୋଟି ଟଙ୍କାରୁ ଅଧିକ ରହିଛି।