ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟିହୋଇଛି: ପ୍ରଣବ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ନାଏବ ସରପଞ୍ଚ ଓ ବ୍ଲକ ଚେୟାରମ୍ୟାନ ନିର୍ବାଚନ ପରେ ରବିବାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ସମସ୍ତ ୩୦ଟି ଯାକ ଜିଲ୍ଲା ପରିଷଦ ଦଖଲ କରିଛି ବିଜେଡି। ଓଡ଼ିଶା ଇତିହାସରେ ପ୍ରଥମ ଥର ଏମିତି ହୋଇଛି। କୌଣସି ରାଜନୀତିକ ଦଳ ରାଜ୍ୟରେ ସମସ୍ତ ଜିଲ୍ଲା ପରିଷଦ ଗଠନ କରିବାକୁ ସକ୍ଷମ ହୋଇ ନଥିଲେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ଯୋଗୁଁ ବିଜେଡି ଏହି ସଫଳତା ପାଇପାରିଛି।

ଏଭଳି ସଫଳତାରେ ଟ୍ୱିଟ୍‌କରି ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତୀକରଣ ମନ୍ତ୍ର ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟିକରିଛି। ପ୍ରଥମଥର ବିଜେଡି ସମସ୍ତ ଜିଲ୍ଲା ପରିଷଦ ଗଠନ କରିଥିବାବେଳେ ୭୦% ଆସନରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନେତୃତ୍ୱ ଦେବା ଏକ ଯୁଗାନ୍ତକାରୀ ପଦକ୍ଷେପ। ମୁଁ ବିଜେଡିର ଜଣେ ସକ୍ରିୟ କର୍ମୀ ହିସାବରେ ନିଜକୁ ଧନ୍ୟ ମନେ କରୁଛି।