ବାହୁଡା ପ୍ରସ୍ତୁତି ଆରମ୍ଭ: ତିନି ରଥର ଦକ୍ଷିଣ ମୋଡ ଶେଷ

ପୁରୀ,ଏନ୍ଏନ୍ଏସ୍: ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ଆଜି ଶେଷ ହୋଇଛି ତିନି ରଥର ଦକ୍ଷିଣ ମୋଡ଼ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାର ନିକଟରେ ଲାଗିଲା ତିନି ରଥ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେପରେ ତିନିରଥ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଶରଧାବାଲିରେ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ହୋଇ ରହିଛନ୍ତି ତିନି ରଥ । ଅଗାମୀ ବାହୁଡ଼ା ଓ ସୁନାବେଶକୁ ନେଇ ଜିଲ୍ଲା ପ୍ରଶାସନ ଯେଉଁ କଟକଣା ଜାରି କରାଯାଇଛି ତାକୁ ପୁରୀ ବସିନ୍ଦା ସହଯୋଗ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଶା ପ୍ରକାଶ କରିଛନ୍ତି ।