ଗଛରେ ପିଟିଲା ଟ୍ରକ, ଜଣେ ମୃତ୍ୟୁ

ସଇଁନ୍ତଳା,ଏନ୍ଏନ୍ଏସ୍ : ବଲାଙ୍ଗିର ଜିଲ୍ଲା ସଇନ୍ତଲା ଥାନା ଅନ୍ତର୍ଗତ ବେଲଗାଁ’ ନିକଟରେ ଜାତୀୟ ରାଜପଥ ୨୬ରେ ଏକ ଟ୍ରକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଆଜି ସକାଳୁ ନବରଙ୍ଗପୁରରୁ ସମ୍ବଲପୁରକୁ ଯାଉଥିବା ଏକ ଖାଲି ତେଲ ଟ୍ୟାଙ୍କର ବେଲଗାଁ’ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହୋଇଥିଲା। ଦୁର୍ଘଟଣା ସ୍ଥଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିଚୟ ମଧ୍ୟ ମିଳି ନାହିଁ। ଏକ ମାମଲା ରୁଜୁ କରି ବେଲଗା ପୁଲିସ ଘଟଣା ସମ୍ପର୍କରେ ତଦନ୍ତ କରୁଛି।