ସଡ଼କ ଦୁର୍ଘଟଣାରେ ଜଣେ ମୃତ

ସଇଁନ୍ତଳା,ଏନ୍ଏନ୍ଏସ୍: ଟିଟିଲାଗଡ଼ ମଦଭାଟିପଡ଼ା ମୁଖ୍ୟ ରାସ୍ତାରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏକ ଟ୍ରକ୍ ଦୃତଗତିରେ ଆସି ଚାଲି ଚାଲି ଯାଉଥିବା ଯୁବକଙ୍କ ଉପରେ ଚଢି ଯାଇଥିଲା । ଯୁବକ ଜଣଙ୍କର ଗୋଡ଼ ଭାଙ୍ଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଗମ୍ଭୀର ଆଘାତ ହୋଇଥିଲା। ଯୁବକ ଜଣକ ମଦଭାଟି ପଡ଼ାର କୁମୁଦ ପାଢ଼ୀ (୪୫) ବୋଲି ଜଣାପଡିଛି । ସ୍ଥାନୀୟଲୋକେ ଟ୍ରକ ଚାଳକକୁ ଧରି ପୁଲିସରେ ଜିମା ଦେଇଛନ୍ତି । ସ୍ଥାନୀୟଲୋକ ଗାଡ଼ିକୁ ଅଟକ ରଖି କ୍ଷତିପୂରଣ ଦାବି କରିଥିଲେ। ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ ଆୟତ୍ତ କରିଥିଲା।