ବାରିପଦା,ଏନ୍ଏନ୍ଏସ୍: ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲରେ ପ୍ରଧାନଶିକ୍ଷକ ଧରଣୀଧର ପାତ୍ରଙ୍କ ଅଧ୍ୟକ୍ଷତାରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷକ ଅତୁଲ କୁମାର ପରିଡ଼ା, ଗୋବିନ୍ଦ ଚନ୍ଦ୍ର ରାଉତ, ଅମିତାଭ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏସକେ ଲାଇକୁଦ୍ଦିନ ଓ ସଦସ୍ୟ ଶିରିଶ ଚନ୍ଦ୍ର ପରମାଣିକ, ଏସକେ ଏମଡ଼ି ରିଜୁଆନ୍, ରେଣୁକା ଦାସ, ତପସ୍ୱିନୀ ଦାସ, ପ୍ରଶାନ୍ତି ବେହେରା, ସିଆରସିସି ରତ୍ନା ବାନାର୍ଜୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରିଥିଲେ। ଶିକ୍ଷକ ପ୍ରବୀଣ କୁମାର ଚାନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।