ମର୍ଣ୍ଣିଂ ୱାକ୍‌ ବେଳେ ଧକ୍କା ଦେଲା ଅଜଣା ଗାଡି, ୨ ମହିଳା ମୃତ

ନୟାଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ନୂଆଗାଁ ବ୍ଲକ ସଁପଡାରେ ଅଘଟଣ। ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡ଼ି। ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ଜୀବନ। ଏଥିସହ ଦୁଇ ଜଣ ଗୁରୁତର ଅଛନ୍ତି।

ସଁପଡାରେ ଗାଁର ଟିକିନା ପ୍ରଧାନ,ମାନସୀ ମାର୍ଥା ଓ ସୁରୁବାଳା ପରିଡା ସବୁଦିନ ପରି ଆଜି(ଗୁରୁବାର) ଆଜି ବି ପ୍ରାତଃ ଭ୍ରମଣରେ ଯାଇଥିଲେ। ତାଙ୍କ ସହିତ ଜଣେ ପୁରୁଷ ମଧ୍ୟ ଥିଲେ। ଏହି ସମୟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ହୋଇଥିଲା। ଦୁର୍ଘଟଣାରେ ଟିକିନା ପ୍ରଧାନ ଓ ମାନସୀ ମାର୍ଥାଙ୍କ ମୃତ୍ୟୁ ହୋଇଥିବାବେଳେ ସୁରୁବାଳା ଗୁରୁତର ଅଛନ୍ତି। ସମସ୍ତଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସୁରୁବାଳାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରଣ କରାଯାଇଛି।

ନୂଆଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପିକଅପ ଗାଡିଟି ଦଶପଲ୍ଲାରୁ ନୟାଗଡ ଅଭିମୁଖେ ଯାଉଥିଲା। କେଉଁ ଗାଡ଼ି ଏହି ଦୁର୍ଘଟଣା ଘଟାଇଛି, ତାହା ଜାଣିବାକୁ ତଦନ୍ତ କରୁଛି ପୁଲିସ।