ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ବିଗିଡିବାରେ ଲାଗିଲାଣି କୋରୋନା ସ୍ଥିତି। ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩ଜଣ ରୋଗୀଙ୍କ ଜୀବନ ଯାଇଥିବାବେଳେ କଟକ, ଭଦ୍ରକ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୨୬କୁ ବୃଦ୍ଧି ପାଇଥିବା ବେଳେ କଟକରେ ୫୧୫, ଭଦ୍ରକରେ ୧୪୫ ଓ ଯାଜପୁରରେ ୧୭୦ରେ ପହଞ୍ଚିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୨୭୪ରେ ପହଞ୍ଚିଛି।