ଦୀପାବଳିରେ ଚାଲିଗଲା ୩ ଜୀବନ

ବରଗଡ଼, ଏନ୍ଏନ୍ଏସ୍: ଶନିବାର ରାତିରେ ବରଗଡ ସହରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ତିନିଜଣ ପ୍ରାଣ ହରାଇଛନ୍ତି। ଏକ ଟ୍ରକ ଅଟୋକୁ ଧକ୍କା ଦେବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧୦ଟା ବେଳେ ୩ଜଣ ଯୁବକ ବରଗଡରୁ ବରପାଲି ଯାଉଥିଲେ। ତେବେ ରାସ୍ତାରେ ଏକ ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିଲା । ଅଟୋରେ ଥିବା ୩ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବରଗଡ ପୋଲିସ ତଦନ୍ତ ଆରମ୍ଭ କରିଛି ।