କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୦ ମୃତ

ନୂଆଦିଲ୍ଲୀ, ଏଜେନ୍ସି: କରୋନାକୁ ନେଇ ସାରା ବିଶ୍ୱରେ ଆତଙ୍କ ଜାରି ରହିଥିବା ବେଳେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରୋମାନିଆରେ ଏକ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିଯିବାରୁ ୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସୂଚନା ଯୋଗ୍ୟ, ଶନିବାର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁ କୋଠରୀରେ ପ୍ରଥମେ ନିଆଁ ବ୍ୟାପିଲା ସେଠାରେ ୧୬ଜଣ ଆକ୍ରାନ୍ତ ଥିଲେ । ତେବେ ଘଟଣାସ୍ଥଳରେ ହିଁ ନିଆଁରେ ପୋଡି ହୋଇ ୧୦ ଜଣ ପ୍ରାଣ ହରାଇଥିଲେ । ଜଣେ ଅଧିକାରୀ କହିଛନ୍ତି, ପ୍ରାଣ ହରାଇଥିବା ଆକ୍ରାନ୍ତମାନେ ପଜିଟିଭ୍ ହେବା ପରେ ଗୁରୁତର ଥିଲେ । ତେବେ ନିଆଁରେ ଜଣେ ଆକ୍ରାନ୍ତ ଗୁରୁତର ଅଛନ୍ତି । ସେହିପରି କିଛି ହସ୍ପିଟାଲ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।