ସଡ଼କ ଦୁର୍ଘଟଣାରେ ୩ ଯବାନ ମୃତ

ଶ୍ରୀଗଙ୍ଗାନଗର,ଏଜେନ୍ସି: ବୁଧବାର ରାତିରେ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲା ଅନ୍ତର୍ଗତ ସୁରତଭ୍ଗଡ ନିକଟରେ ସ୍ଥଳସେନାର ଏକ ସାମରିକ ଯାନ ଓଲଟି ପଡିବାରୁ ସେଥିରେ ଯାତ୍ରା କରୁଥିବା ୩ ଜଣ ଯବାନ ପ୍ରାଣ ହରାଇଥିବାବେଳେ ଆଉ ପାଞ୍ଚଜଣ ଆହତ ହୋଇଛନ୍ତି। ଓଲଟି ପଡିବାପରେ ଉକ୍ତ ଗାଡିରେ ନିଆଁ ଲାଗିଯାଇଥିଲା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି।