ସଚିନ ଭାଜେଙ୍କ ଘରୁ ୬୨ଟି ବୁଲେଟ ଜବତ

ମୁମ୍ବାଇ: ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ମୁମ୍ବାଇ ପୁଲିସର ନିଲମ୍ବିତ ଏଏସଆଇ ସଚିନ ଭାଜେଙ୍କ ବାସଭବନରୁ ୬୨ଟି ବୁଲେଟ (ଗୁଳି) ଜବତ କରାଯାଇଛି ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ପୁଲିସ ଅଧିକାରୀଭାବେ ତାଙ୍କୁ ବିଭାଗ ପକ୍ଷରୁ ମିଳିଥିବା ୩୦ଟି ମଧ୍ୟରୁ ୨୫ଟି ବୁଲେଟର ହିସାବ ମିଳିଥିବାବେଳେ ଆଉ ୫ଟି ବୁଲେଟ ମିଳୁନଥିବା କୁହାଯାଇଛି। ସଚିନ ଭାଜେଙ୍କୁ ଏପ୍ରିଲ ୩ ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ନେଇଛି।