କନ୍ୟାରତ୍ନର ପ୍ରତିକ ଦୁଇ ଭଉଣୀ ମୋନାଲୀ ଓ ରୂପାଲୀ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ ହେଉଛନ୍ତି ମୋନାଲୀ

କଂଟିଲୋ,ଏନ୍ଏନ୍ଏସ୍ : ନବ ଉତ୍କଳର ନିର୍ମାତା ସ୍ୱର୍ଗତ ନବକୃଷ୍ଣ ଚୈାଧୁରୀଙ୍କର ୧୧୮ତମ ଜନ୍ମବାର୍ଷିକୀ ଅବସରରେ ଓଡିଶା ବିଧାନସଭାର ସଭାଗୃହରେ ଶନିବାର ଆୟୋଜିତ ସ୍ମାରକୀ ବାଗ୍ମିତା ପ୍ରତିଯୋଗୀତାରେ ନୟାଗଡ ଜିଲ୍ଲା ଭାପୁର ବ୍ଲକ୍ ସୁନାଖଳା ଗ୍ରାମର ମୋନାଲୀ ସାହୁ କୃତକାର୍ଯ୍ୟ ହୋଇ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପୁରସ୍କୃତ ହେବା ସହ ଏହି ପୂଣ୍ୟାତ୍ମାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ବକ୍ତୃତା ପ୍ରତିଯୋଗୀତାରେ ମୋନାଲୀଙ୍କ ସାନ ଭଉଣୀ ରୂପାଲୀ ସାହୁ ପ୍ରଥମ ସ୍ଥାନ ଅଧିକାର କରି ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି।
ସୂଚନା ଅନୁଯାୟୀ, ମୋନାଲୀ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଭୁବନେଶ୍ୱରର ଯୁକ୍ତ ୩ ତୃତୀୟ ବର୍ଷର ଇଂରାଜୀ ସମ୍ମାନ ବିଭାଗ ଛାତ୍ରୀ ହୋଇଥିବା ବେଳେ ରୂପାଲୀ ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ରୀ ଅଟନ୍ତି। ଅତୀତରେ ଏ ଦୁଇ କନ୍ୟାରତ୍ନ ରାଜ୍ୟସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗୀତାରେ ଅନେକବାର କୃତକାର୍ଯ୍ୟ ହେବା ସହ ବିଭିନ୍ନ ସଭା ସମିତିମାନଙ୍କରେ ଅତି ଚମତ୍କାର ଭାବେ ସଂଯୋଜନା କରି ସମଗ୍ର ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି।