ଓଏଏସ୍ ପରୀକ୍ଷାରେ ସାହାରପଡାର ପୁଅ ଅବିନାଶଙ୍କ ସଫଳତା

ପାଟଣା,ଏନ୍ଏନ୍ଏସ୍: ପ୍ରକାଶ ପାଇଛି ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ଫଳ। ଏଥିରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ବେଗନା ଗ୍ରାମର ଅବିନାଶ ବିଶ୍ଵଜିତ ସେଠୀ ୨୩ ରାଙ୍କରେ କୃତିତ୍ୱ ଅର୍ଜନ କରିଛନ୍ତି। କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ସିଲିପଦା ଗ୍ରାମ ପଞ୍ଚାୟତ ବେଗନା ଗ୍ରାମର ରାଜେନ୍ଦ୍ର କୁମାର ସେଠୀ ଓ ସୁଲୋଚନା ସେଠୀଙ୍କ ବଡ଼ ପୁଅ। ଶ୍ରୀ ସେଠୀ ଛାତ୍ର ଜୀବନରେ ଜଣେ ଭଲ ମେଧାବୀ ଛାତ୍ର ଥିଲେ।

୨୦୦୩ ରୁ ୨୦୧୦ ମସିହା ପର୍ୟ୍ୟନ୍ତ ହଦଗଡ଼ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପାଠ୍ୟକ୍ରମ ସାରିବା ପରେ ୨୦୧୧ ରୁ ୨୦୧୫ ଭୁବନେଶ୍ୱର ସ୍ଥିତ ଓଡିଶା ୟୁନିଭରସିଟି ଅଫ ଏଗ୍ରିକଲଚର ଏଣ୍ଡ ଟେକନଲୋଜିରେ କୃଷି ବିଭାଗରେ ବିଏସସି ପାସ୍ ପରେ ୨୦୧୫ରୁ ଉଚ୍ଚଶିକ୍ଷା ନିମନ୍ତେ ସେ ଦିଲ୍ଲୀ ସ୍ଥିତ ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ରେ ବାୟୋଟେକ୍ନୋଲୋଜିରେ ଏମ୍ଏସି ପାଠ୍ୟକ୍ରମ ସାରି ପିଏଚଡି କରୁଛନ୍ତି। ଏହି ସଫଳତା ପଛରେ ଇଶ୍ୱର, ଶିକ୍ଷକ ବାପା ମା’ ଓ ସାଙ୍ଗ ସାଥିଙ୍କୁ ଶ୍ରେୟ ଦେଇଛନ୍ତି ସେ। ଆଗକୁ ଗରିବ ଲୋକଙ୍କ ଓ ଓଡିଶାବାସୀଙ୍କ ସେବା କରିବେ ବୋଲି କହିଛନ୍ତି।