ଭୁବନେଶ୍ୱର ଏମ୍ସ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସରକାର ଚିକିତ୍ସା ବିଜ୍ଞାନର ଜ୍ଞାନ ଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆବଶ୍ୟକୟ ହେଉଥିବା ଇଞ୍ଜିନିୟିରିଂ ବିଦ୍ୟାର ଆଦାନ ପ୍ରଦାନ କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି। ଏନେଇ ଭୁବନେଶ୍ୱର ଏମ୍ସ ଓ ଭୁବନେଶ୍ୱର ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ମାନବ ସମ୍ବଳମନ୍ତ୍ରୀ ଡା ରମେଶ ପୋଖରିଆଲ ନିଶାଙ୍କ ଉପସ୍ଥିତିରେ ଏମ୍ସ ନିର୍ଦ୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାତ୍ମାମେନ୍ବେନ୍ ଓ ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଆର.ଭି ରାଜା କୁମାରଙ୍କ ମଧ୍ୟରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି।

ଚିକିତ୍ସା ବିଜ୍ଞାନରେ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜ୍ଞାନ ବାଣ୍ଟିବାର ଆବଶ୍ୟକତାର ରହିଛି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ଟେକ୍ନୋଲୋଜିର ପ୍ରୟୋଗ କରିବାର ଦରକାର। ରୋଗୀଙ୍କ ସୁବିଧା ଲାଗି ଆବଶ୍ୟକ ହେଉଥିବା ଚିକିତ୍ସା ବିଜ୍ଞାନର କୌଶଳର ପ୍ରୟୋଗ। ରୋଗୀଙ୍କୁ ଗୁଣାତ୍ମକଭାବ ସେବା ଯୋଗାଇବାରେ ଆଇଆଇଟି ଓ ଏମ୍ସରେ ଦୁଇ ବିଭାଗ ମଧ୍ୟରେ ଏକାଡେମୀକାଲ ସହଯୋଗ ଏବଂ ବାଓ ଇଞ୍ଜିନିୟିରିଂ କ୍ଷେତ୍ରରେ ସହଭାଗିଦାରିତା ପାଇଁ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି।

ଗତମାସରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ସବର୍ଦ୍ଧନ ସ୍ୱର୍ଗତ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ଏମ୍ସ ପରିସରକୁ ଆସିଥିଲେ। ସେଠାରେ ରୋଗୀଙ୍କୁ ଗୁଣାତ୍ମକମାନ ସେବା ଯୋଗାଇବା ଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ‘ଆଇଆଇଟି’ ସହିତ ସମ୍ପର୍କ ସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଡା. ହର୍ସବର୍ଦ୍ଧନ କିପରି ଭାବରେ ଚିକିତ୍ସା ବିଜ୍ଞାନକୁ ଟେକ୍ନୋଲୋଜି କ୍ଷେତ୍ରରେ ଯୋଡ଼ାଯିବ, ତାହା ଉପରେ ଏମ୍ସ ପରିସରରେ ପ୍ରଫେସର ଓ ଡାକ୍ତରଙ୍କ ସହିତ ଦୀର୍ଘ ୪ଘଣ୍ଟାରୁ ଊଦ୍ଧ୍ୱର୍ ସମୟରେ ଆଲୋଚନା କରିଥିଲେ। ତାହାର ଫଳସ୍ୱରୂପ ଆଜି ଦୁଇ ବିଭାଗ ମଧ୍ୟରେ ଏମଓୟୁ ହୋଇଛି।

ଏହି ଏମ୍ଓୟୁ ଫଳରେ ଏମ୍ସରେ ବାକି ରଖିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଟେକ୍ନୋଲୋଜି ଜନିତ ଶିକ୍ଷାର ଆଦାନ ପ୍ରଦାନ ହୋଇପାରିବ। ଯାହାକି ରୋଗୀଙ୍କୁ ଗୁଣାତ୍ମକମାନର ସେବା ପ୍ରଦାନ କ୍ଷେତ୍ରରେ ସହାୟକ ହେବ। ବର୍ତ୍ତମାନ ବିଜ୍ଞାନ ଯୁଗରେ ସବୁଠାରୁ ବଡ଼ ଉପଲବ୍ଧି ହେଉଛି ଜ୍ଞାନର ପ୍ରୟୋଗ ଏହାକୁ ଦୁଇ ପାଠ୍ୟକ୍ରମ ଭିତରେ ସମ୍ପର୍କର ସେତୁ ବାନ୍ଧିପାରିଲେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ଟେକ୍ନୋଲୋଜି ଓ ଚିକିତ୍ସା କରିବାର ପଦ୍ଧତି ଆସିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଡା. ହର୍ସବର୍ଦ୍ଧନ କରିଥିଲେ।