ଲିଙ୍ଗରାଜ ମନ୍ଦିରରେ ପାନ, ଗୁଟଖା ଓ ମାଦକଦ୍ରବ୍ୟ ବ୍ୟାନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଉ କେହିବି ପାନ କିମ୍ବା ଗୁଟଖା ଖାଇପାରିବେ ଓ ମାଦକଦ୍ରବ୍ୟ ନାହିଁ। ଯଦି କେହି ଧରାପଡ଼ିବେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜୋରିମାନା ଦେବାକୁ ପଡିବ ବୋଲି ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆସନ୍ତା ୧୫ରୁ ଏହା ଲାଗୁ କରାଯିବ। କୌଣସି ମନ୍ଦିର ମଧ୍ୟରେ ଗୁଟଖା ଓ ପାନ ଖାଆନ୍ତି କିମ୍ବା ମାଦକ ଦ୍ରବ୍ୟ ସେବନ କରନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରୁ ସୂଚନା ମିଳିଛି।