ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଗୁଡିକ ପାଇଁ ନାଏବ ସରପଞ୍ଚ ପାଇଁ ପରୋକ୍ଷ ନିର୍ବାଚନ ଜାରି ରହିଥିବା ବେଳେ ପଞ୍ଚାୟତ ନିର୍ବାଚନ ଭଳି ଏହି ପରୋକ୍ଷ ନିର୍ବାଚନରେ ବି ହିଂସା ଦେଖିବାକୁ ମିଳିଛି।
ସୂଚନା ଅନୂସାରେ ଆଜି ବଲାଙ୍ଗିର, ଯାଜପୁର ଓ ନବରଙ୍ଗପୁର ଜିଲ୍ଲାରେ ନିର୍ବାଚନ ପୂର୍ବରୁ ୱାର୍ଡମେମ୍ବରଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି। ବଲାଙ୍ଗିର ସାଜବାହାଲ ଗାଁରେ ୨ ୱାର୍ଡ ମେମ୍ବରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।
ଏହାଛଡା ଯାଜପୁର ପଣାସା ପଞ୍ଚାୟତରେ ସମାନ ଅଭିଯୋଗ ହୋଇଛି ସେହିଭଳି ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ମଞ୍ଚା ଗାଁରେ ମଧ୍ୟ ୱାର୍ଡମେମ୍ବରଙ୍କୁ ନିର୍ବାଚନ ପୂର୍ବରୁ ଅପହରଣ କରାଯାଇଛି।
ଏହାପରେ ବୁଥ୍ ଗୁଡିକରେ ଉତ୍ତେଜନା ଦେଖିବାକୁ ମିଳିଛି। ଲୋକମାନେ ଉତ୍ତେଜିତ ହୋଇ କିଛି ସ୍ଥାନରୁ ବାଲାଟ୍ ବକ୍ସ ମଧ୍ୟ ନେଇଯାଇଥିବା ସୂଚନା ମିଳିଛି।