ବିଦ୍ୟୁତ୍ କାଟ୍ ବିରୋଧରେ ଆପ୍ ପକ୍ଷରୁ ପ୍ରତିବାଦ ପତ୍ର

ବରଗଡ଼,ଏନ୍‌ଏନ୍‌ଏସ୍‌: ବରଗଡ଼ ସହରରେ ଲାଗି ରହିଥିବା ଅଘୋଷିତ ବିଦ୍ୟୁତ କାଟକୁ ଆମ ଆଦମୀ ପାର୍ଟି ପ୍ରତିବାଦ କରିଛି । ଏନେଇ ଆପ ତରଫରୁ ଏକ ପ୍ରତିବାଦ ପତ୍ର ଜିଲ୍ଲାପାଳଙ୍କ ଅଫିସରେ ପ୍ରଦାନ କରାଯାଇଛି । ବିନା ନୋଟିସରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ୍ ବରଗଡ଼ବାସୀଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । ଅନ୍ୟପଟେ ବକୈୟା ବିଲ ଅସୁଲି ନାମରେ ଟାଟା କମ୍ପାନୀର ଜୁଲମ ବଢ଼ିବାକୁ ଲାଗିଥିବା ବେଳେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଏହି ଅବସରରେ ଦିଲ୍ଲୀ ଭଳି ସମସ୍ତଙ୍କୁ ୨୦୦ ୟୁନିଟ୍ ବିଜୁଳି ଦେୟମୁକ୍ତ କରିବାକୁ ଆପ୍ ଦାବୀ କରିଛି। ଜିଲ୍ଲା ଆବାହକ ଭବାନୀ ସାହୁଙ୍କ ନେତୃତ୍ୱରେ ବହୁ ସଦସ୍ୟ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।