ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ବୋରିସ ଜନସନଙ୍କ ସାବରମତୀ ଆଶ୍ରମ ଗସ୍ତ

ଗୁଜରାଟ: ଦ୍ୱି-ଦିବସୀୟ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଜି ସାବରମତୀ ଆଶ୍ରମ ଯାଇଛନ୍ତି । ଏଥିସହିତ ବୋରିସ ସାବରମତୀ ଆଶ୍ରମ ଗସ୍ତ କରିଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି । ଏହି ଅବସରରେ ବୋରିସ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ଜଣେ ଅସାଧାରଣ ବ୍ୟକ୍ତି ଥିଲେ । ସେ ଏକ ସୁନ୍ଦର ଦୁନିଆ ଗଢ଼ିବା ପାଇଁ ସତ୍ୟ ଓ ଅହିଂସାର ସିଦ୍ଧାନ୍ତ ଉପରେ ଜୋର ଦେଇଥିଲେ ।

ଏହି ଯାତ୍ରା ସମୟରେ ବୋରିସ ଜନସନ ‘ହୃଦୟ କୁଞ୍ଜ’ ଯାଇଥିଲେ । ସେଠାରେ ଚରଖାରେ ସୂତା ମଧ୍ୟ କାଟିବାକୁ ଚେଷ୍ଟା କରିଥିଲେ । ବୋରିସଙ୍କୁ ଚରଖାର ପ୍ରତିବିମ୍ବ ମଧ୍ୟ ଉପହାର ସ୍ୱରୂପ ଦିଆ ଯାଇଥିଲା । ସାବରମତୀ ଆଶ୍ରମ ସଂରକ୍ଷଣ ଓ ସ୍ମାରକ ନ୍ୟାୟ ତରଫରୁ ୨ଟି ବହି ମଧ୍ୟ ଦିଆଯାଇଛି । ଏହି ବହିରେ ‘ଗାଇଡ ଟୁ ଲଣ୍ଡନ’ ଓ ‘ମୀରାବେନଙ୍କ ଆତ୍ମକଥା’ ସାମିଲ ରହିଛି । ଆସନ୍ତାକାଲି ବୋରିସ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ବୋଲି ସୂଚନା ମିଳିଛି ।