ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ବାଲିଗୁଡ଼ା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀମାନେ ଗତମାସ ୨୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ୮ଦଫା ଦାବୀରେ ଆନ୍ଦୋଳନ ଜାରି ରହିଛି । ଏଥିରେ ନଗର ସଭାପତି ନିଲିମା ସିଂଦଓ ଓ ସମ୍ପାଦକ ପ୍ରଭାତି ପ୍ରଧାନଙ୍କ ସମେତ ଅନ୍ୟ କର୍ମୀମାନେ ସାମିଲ ହୋଇଛନ୍ତି । ଦାବି ପୂରଣ ନେହବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ତରଫରୁ କୁହାଯାଇଛି ।