ରିଷିଡ଼ା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ସୋନପୁର ଓ ତୁଷୁରା ମଧ୍ୟରେ ପ୍ରଥମ ସେମିଫାଇନାଲ

କଳାହାଣ୍ଡି,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାରେ ରିଷଡ଼ା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନି ଷ୍ଟାଡିୟମରେ ଚାଲିଥିବା ରିଷିଡ଼ା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ଦିନ ଚିଚର୍ଲା ଓ ତୁର୍ଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପରକୁ ସମାନ ଗୋଲ ଦେବାରୁ ଟାଇ ବ୍ରେକରର ସହାୟତା ନିଆଯାଇଥିଲା । ଏଥିରେ ତୁର୍ଲା, ଟିଟିଲାଗଡ଼ ଦଳ ୫-୩ରେ ଚିଚର୍ଲା ଦଳକୁ ପରାସ୍ତ କରି ସେମିରେ ପ୍ରବେଶ କରିଛି । ମ୍ୟାଚକୁ ପିଙ୍କୁ ଚନ୍ଦନ, ସନ୍ଦୀପ ତରାଇ, ଲଳିତ ଦାସ ଓ ଲଳିତ ସାହୁ ପରିଚାଳନା କରିଥିଲେ । ଏହି ମ୍ୟାଚରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଜାକିର ହୁସେନ, କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ପ୍ରଦୀପ ଦାସ, ସ୍ୱାଗତ ଆଇଟିଆଇର ଅଧ୍ୟକ୍ଷ ପ୍ରୀତି ପଟ୍ଟନାୟକ, ବ୍ଲକ ଶିକ୍ଷକ ସଂଘର ପୂର୍ବତନ ସଭାପତି ଅଶୋକ କୁମାର ତ୍ରିପାଠୀ, ଉଦ୍ୟୋଗପତି ନେମିଚାନ୍ଦ ଜୈନ, ଜାତୀୟ ପୂର୍ବତନ ଫୁଟବଲ ଖେଳାଳି ସତ୍ୟ ନାରାୟଣ ପଣ୍ଡା ଓ ସମିତି ସଭ୍ୟ ନିମାଇଁ ବେହେରା ଅତିଥିଭାବେ ଯୋଗ ଦେଇଥିଲେ । ସ୍କୋରବୋର୍ଡ ଦାୟିତ୍ୱରେ ଗୋବର୍ଦ୍ଧନ ମାଝୀ ରହିଥିଲେ । ଏହି ଅବସରରେ ଜାତୀୟ ଫୁଟବଲ ଖେଳାଳି ସତ୍ୟ ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ସେମି ଫାଇନାଲ ମ୍ୟାଚ ସୋନପୁର ଶିଆଳି ଓ ତୁଷୁରା ଇଲେଭେନ ଷ୍ଟାର ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସଭାପତି ନରୋତ୍ତମ ସେଲମା ସୂଚନା ଦେଇଛନ୍ତି ।