ରିଷିଡା କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ: ଆଜି ସୋନପୁର ଓ ତୁଷୁରା ମଧ୍ୟରେ ପ୍ରଥମ ସେମିଫାଇନାଲ

କଳାହାଣ୍ଡି,ଏନ୍ଏ‌ନ୍ଏ‌ସ୍‌: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ଦିନ ମ୍ୟାଚ ଚିଚର୍ଲା ଓ ତୁର୍ଲା(ଟିଟିଲାଗଡ଼) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ସମାନ ଗୋଲ ଦେବାରୁ ଟ୍ରାଇବ୍ରେକରର ସହାୟତା ନିଆଯାଇଥିଲା। ଏଥିରେ ତୁର୍ଲା, ଟିଟିଲାଗଡ଼ ଦଳ ୫-୩ରେ ଚିଚର୍ଲା ଦଳକୁ ପରାସ୍ତ କରି ବିଜୟୀ ହୋଇ ସେମିରେ ପ୍ରବେଶ କରିଛି। ମ୍ୟାଚକୁ ପିଙ୍କୁ ଚନ୍ଦନ, ସନ୍ଦୀପ ତରାଇ, ଲଳିତ ଦାସ, ଲଳିତ ସାହୁ ପରିଚାଳନା କରିଥିଲେ।

ଏହି ମ୍ୟାଚରେ ବିଜେଡ଼ିର ରାଜ୍ୟ ପରିଷଦ ସଭ୍ୟ ଜାକିରହୁସେନ, କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ତଥା ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ପ୍ରଦୀପ ଦାସ, ସ୍ୱାଗତ ଆଇଟିଆଇର ଅଧ୍ୟକ୍ଷ ପ୍ରୀତି ପଟ୍ଟନାୟକ, ବ୍ଲକ୍‌ ଶିକ୍ଷକ ସଙ୍ଘର ପୂର୍ବତନ ସଭାପତି ଅଶୋକ କୁମାର ତ୍ରିପାଠୀ, ଉଦ୍ୟୋଗପତି ନେମିଚାନ୍ଦ ଜୈନ, ଜାତୀୟ ପୂର୍ବତନ ଫୁଟବଲ ଖେଳାଳି ସତ୍ୟ ନାରାୟଣ ପଣ୍ଡା, ସମିତି ସଭ୍ୟ ନିମାଇଁ ବେହେରା ଅତିଥି ଭାବେ ଯୋଗଦେଇଥିଲେ। ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ଯୁବାମଞ୍ଚ ସମ୍ପାଦକ ଉମାକାନ୍ତ ଭୋଇ, ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାଶ କୁମୁରା ଟୁର୍ଣ୍ଣାମେଣ୍ଟ ସମ୍ପାଦକ ସୌମ୍ୟରଞ୍ଜନ ତ୍ରିପାଠୀ, ଯୁବାମଞ୍ଚ ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, କୋଷାଧକ୍ଷ ଲିପୁନ ରଣା, ସାହସମ୍ପାଦକ ଦେବେନ୍ଦ୍ର ଲେଙ୍କା, ଅଜୟ କୁମାର ପ୍ରମୁଖ ସହଯୋଗ କରିଥିବାବେଳେ କମ୍ବୁପାଣିସାହୁ, ମଧୁସୂଦନ ବାଗ ଧାରାବିବାରଣୀ ପ୍ରଦାନ କରିଥିଲେ, ସ୍କୋରବୋର୍ଡଦାୟିତ୍ୱରେ ଗୋବର୍ଦ୍ଧନ ମାଝୀ ରହିଥିଲେ।

ଏହି ଅବସରରେ ଜାତୀୟ ଫୁଟ୍‌ବଲ୍‌ ଖେଳାଳି ସତ୍ୟନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶୁକ୍ରବାର ପ୍ରଥମ ସେମି ଫାଇନାଲ୍‌ ମ୍ୟାଚ୍‌ ସୋନପୁର ଶିଆଳି ଓ ତୁଷୁରା ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସଭାପତି ନରୋତ୍ତମ ସେଲମା ସୂଚନା ଦେଇଛନ୍ତି।